ଭିଜିଲାନ୍ସ ସ୍କାନରରେ ନୟାଗଡ ଏମଭିଆଇ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇଙ୍କ ସହ ଜଡିତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ବର, ୦୯/୦୧/୨୪: ଭିଜିଲାନ୍ସ ପଞ୍ଝାରେ ନୟାଗଡ ଏମଭିଆଇ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ସମ୍ପତି ଉପରେ ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଛି। ଓଡ଼ିଶା ଭିଜିଲାନ୍ସର ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର, ୮ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏହି ଚଢ଼ଉ ଚାଲିଛି।

ଖୋର୍ଦ୍ଧା (ଭୁବନେଶ୍ୱର), ନୟାଗଡ଼ ଓ କଟକ ଜିଲ୍ଲାର ନିମ୍ନଲିଖିତ ୭ଟି ସ୍ଥାନରେ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ଉ ଜାରି ରହିଛି।

ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଏକ ଦୁଇ ମହଲା କୋଠା।

ଭୁବନେଶ୍ୱରର ପାଣ୍ଡରାଠାରେ ଏକ ଘର ।

ନୟାଗଡ଼ରେ ଶ୍ରୀ ବେହେରାଙ୍କ ଏକ ଭଡ଼ା ଘର।

ନୟାଗଡ଼ ଆରଟିଓଙ୍କ କାର୍ଯ୍ୟାଳୟ ପରିସରରେ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ କକ୍ଷ।

କଟକ ଜିଲ୍ଲା ସାଲିପୁର ବାଲିଆପଦା ଗାଁରେ ଥିବା ଶ୍ରୀ ବେହେରାଙ୍କ ପୈତୃକ ଘର।

ଖୋର୍ଦ୍ଧା ଜିଲ୍ଲା ନୀଳଗିରିପାଟଣା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ତାଙ୍କ ସମ୍ପର୍କୀୟଙ୍କ ଘର।

ଭୁବନେଶ୍ୱରର ସତ୍ୟବିହାରରେ ଶ୍ରୀ ବେହେରାଙ୍କ ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର।