୨୪ରେ ଶେଷ ନିର୍ବାଚନ ଲଢିବେ ଭକ୍ତ

ବରିଷ୍ଠ କଂଗ୍ରେସ ନେତା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସୁଯୋଗ ମିଳିଲେ ଲୋକଙ୍କ ପାଇଁ କାମ କରିବେ: ଭକ୍ତ ଦାସ

ଭୁବନେଶ୍ବର, ୧୧/୦୧/୨୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ପାଇଁ ୨୦୨୪ ନିର୍ବାଚନ ଶେଷ ନିର୍ବାଚନ ହେବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶ୍ରୀ ଦାସ ଏହା କହିଛନ୍ତି।

ସେ ଏହି ଅଞ୍ଚଳ ପାଇଁ ଅନେକ କାମ କରିଛନ୍ତି ଏବଂ ଆଗାମୀ ନିର୍ବାଚନରେ ନିର୍ବାଚିତ ହେଲେ ଆହୁରି ଅନେକ କିଛି କରିବେ। ଏଥର ସୁଯୋଗ ମିଳିଲେ ନିଷ୍ଠାର ସହ ଲୋକଙ୍କ ସେବା କରିବେ। ଏଥର ଓଡ଼ିଶାରେ ନିଜର ଶେଷ ନିର୍ବାଚନୀ ଲଢ଼େଇ ଲଢ଼ିବେ ବୋଲି କହିଛନ୍ତି ଭକ୍ତ ଦାସ। ଏଥର ସେ ନର୍ଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି।