ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସୂଚନା ଦେଇଛନ୍ତି । ଅପରାହ୍ଣ ୪ଟାରେ ରେଜଲ୍ଟ ପ୍ରକାଶ ହେବ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟର ଫଳ ବାହାରିବ । ଏକ ସପ୍ତାହ ପରେ କଳାର ରେଜଲ୍ଟ ଉପଲବ୍ଧ ହେବ । ବୋର୍ଡ କାର୍ଯ୍ୟାଳୟରେ ଫଳ ପ୍ରକାଶ ହେବ । ପରେ ଛାତ୍ରଛାତ୍ରୀ ଇଣ୍ଟରନେଟରୁ ନିଜ ରେଜଲ୍ଟ ପାଇପାରିବେ ।