ରାଜ୍ୟରେ ମଙ୍କିପକ୍ସକୁ ନେଇ ଜାରି ହେଲା ଆଲର୍ଟ, ବାହାରୁ ଆସୁଥିବା ଲୋକଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: କରୋନା ପ୍ରକୋପ କମୁନଥିବାବେଳେ ମଙ୍କିପକ୍ସ ନେଇ ଆତଙ୍କ ଦେଖାଦେଲାଣି । ତେବେ ଏନେଇ ଆମ ରାଜ୍ୟରେ ସ୍ଥିତି ଖରାପ ନୁହେଁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ତେଥାପି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସେ କହିଛନ୍ତି ୩୦ରେ ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ବସିବ । ସ୍ଥିତି ଉପରେ ନଜର ରଖାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ମଙ୍କିପକ୍ସ ପାଇଁ ଦେଶରେ ୧୦ ଟି ପରୀକ୍ଷା କେନ୍ଦ୍ର ଅଛି ।

ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନେ ସ୍ୱାସ୍ଥ୍ୟ ବିଭାଗ ସହ ପରାମର୍ଶ କରନ୍ତୁ । ଗାଇଡ଼ଲାଇନ ଆସିବା ପରେ ଏବେ ହସ୍ପିଟାଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।