ପେଣ୍ଡ୍ରିମୁଣ୍ଡାରେ ଆରମ୍ଭ ମକର ଉତ୍ସବ

ବଲାଙ୍ଗିର ଜିଲ୍ଲାର ପେଣ୍ଡ୍ରିମୁଣ୍ଡାରେ ମକର ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି।

୮ ଦିନ ଧରି ଚାଲିବ ମହୋତ୍ସବ

ବଲାଙ୍ଗୀର, ୧୫/୦୧/୨୪: ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ପେଣ୍ଡ୍ରିମୁଣ୍ଡାରେ ବଡ଼ ଧୁମ୍‌ଧାମରେ ଆଜି ଆରମ୍ଭ ହୋଇଯାଇଛି ମକର ଉତ୍ସବ। ଏହି ମକର ମେଳା ଉତ୍ସବରେ ମୀନା ବଜାର ସହିତ ଅନେକ ସଂସ୍କୃତିକ କ୍ରାର୍ଯ୍ୟକ୍ରମ୍ ମଧ୍ୟ ଦର୍ଶକ ମାନଙ୍କୁ ମୋନୋ ମହିବା ସହିତ ଏହି ବାଲୁକା ଶିଳ୍ପୀ କଳା କୃତିକୁ କୁ ଖୁବ୍ ଉପଭୋଗ କରିବେ। ଆଖ ପାଖ ଗ୍ରାମ ବାସୀ ତଥା ଛାତ୍ର ଛାତ୍ରି ଏହି ମେଳା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଉପଭୋଗ କରିପାରିବେ। ଏହି ଉତ୍ସବରେ ତେଲ ନଦୀ ର ବାଲି ରେ ନିର୍ମିତ କରିଥିବା ୪୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଅୟୀତିହ ଓ ସଂସ୍କୃତିକୁ ନେଇ ସୁନାମଧନ୍ୟ ପଶ୍ଚିମ ଓଡ଼ିଶାର ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ ଦ୍ୱାରା ବାଲୁକା କୃତି ନିର୍ମିତ ହୋଇଥିବା ବେଳେ ଏହାକୁ ଆଜି ଉଦ୍‌ଘାଟନ କରିଛନ୍ତି ପ୍ରଫେସର ମଧୁସୂଦନ ପତି। ଦର୍ଶକମାନଙ୍କୁ ଆକୃଷ୍ଟ କରୁଥିବା ଏହି ବାଲୁକା କୃତି ବାସ୍ତବରେ ମକର ଉତ୍ସବକୁ ଆହୁରି ଆକର୍ଷଣୀୟ କରିପାରିଛି। ଦୀର୍ଘ ୧୫ ଦିନର କଠିନ ପରିଶ୍ରମରେ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ଓ ଦଶରଥ ରଣାଙ୍କ ସହଯୋଗରେ ଏହା ପ୍ରସ୍ତୁତ କରିଥିବା କହିଛନ୍ତି।