ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବ ପାଇଁ ଶ୍ରୀକ୍ଷେତ୍ର ପୁରୀରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି।

ସୁରକ୍ଷା ବ୍ୟବସ୍ଥା କଡାକଡି

ପୁରୀ, ୧୫/୦୧/୨୦୨୪: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବ ପାଇଁ ଶ୍ରୀକ୍ଷେତ୍ର ଧାମରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି, “ଆମେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛୁ। ଗତ କିଛି ଦିନ ଧରି ଚାଲିଥିବା ସୁରକ୍ଷା ବ୍ୟବସ୍ଥାକୁ ସିଧାସଳଖ ତଦାରଖ କରୁଛନ୍ତି ପୁରୀର ଆଇଜି-ସେଣ୍ଟ୍ରାଲ ରେଞ୍ଜ ଓ ଏସପି। ପୁରୀ ସହରକୁ ଏକ ସୁରକ୍ଷା ବଳୟରେ ରଖାଯାଇଛି। ଜାନୁଆରୀ ୧୭ରେ ସହରରେ ଚାରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ପ୍ରାୟ ୧୦୦ ସୁପରଭାଇଜର ଅଫିସର, ୨୫୦ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ, ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ହୋମଗାର୍ଡ ମୁତୟନ ହେବେ। ଏହାବ୍ୟତୀତ ୪ଟି ବୋମା ନିଷ୍କ୍ରିୟକାରୀ ଓ କୁକୁର ସ୍କ୍ୱାଡ୍ ମଧ୍ୟ ମୁତୟନ କରାଯାଇଛି।