ଆରମ୍ଭ ହେଲା ସୁଲିଆ ଯାତ୍ରା

ବଲାଙ୍ଗୀର ଜିଲ୍ଲାରେ ଆଜିଠାରୁ ସୁଲିଆ ଯାତ୍ରା ଆରମ୍ଭ ହୋଇଛି।

୫୦୦ ବର୍ଷ ପୂର୍ବରୁ ପ୍ରଚଳିତ ପରମ୍ପରା

ଭୁବନେଶ୍ବର,୧୬/୦୧/୨୦୨୪: ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଆଦିବାସୀ ପର୍ବ ସୁଲିଆ ଯାତ୍ରା ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲ୍ଲାର ଖଇରଗୁଡ଼ା ଓ କୁମୁରିଆ ଗ୍ରାମରେ ପଶୁବଳି ଦେଇ ଆରମ୍ଭ ହୋଇଛି।

ଖଇରାଗୁଡ଼ା ଓ କୁମୁରିଆସ୍ଥିତ ସୁଲିଆ ପିଠରେ ଯଥାକ୍ରମେ କୁକୁଡ଼ା, ପାରା, ଛେଳି, ମେଣ୍ଢା ଓ ମଇଁଷି ବାଛୁରୀ ଭଳି ପକ୍ଷୀ ଓ ପଶୁଙ୍କୁ ବଳି ଦିଆଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଖଇରଗୁଡା ଗ୍ରାମର ଆଦିବାସୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ବାହାରି ମନ୍ଦିରକୁ ଯାଇଥିଲେ। ମନ୍ଦିରରେ କୁକୁଡ଼ା ଓ ଛେଳି ବଳି ଦେବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ୫୦୦ ବର୍ଷ ପୁରୁଣା ଏହି ପରମ୍ପରା ପ୍ରତିବର୍ଷ ପୌଷ ମାସର ଦ୍ବିତୀୟ ମଙ୍ଗଳବାରରେ ଅନୁଷ୍ଠିତ ହୋଇଥାଏ। ମୁଖ୍ୟତଃ ପଶୁବଳିର ପର୍ବ ହୋଇଥିବାରୁ ଦେବୀ ସୁଲିଆଙ୍କ ପାଖରେ ପଶୁପକ୍ଷୀଙ୍କ ରକ୍ତ ଢାଳିଲେ ଭଲ ଅମଳ ଓ ସମୃଦ୍ଧି ମିଳିଥାଏ ବୋଲି ଗ୍ରାମବାସୀ ବିଶ୍ୱାସ କରନ୍ତି।