ବିଏସକେୱାଇ ନବୀନ ହେଲଥ୍ କାର୍ଡର ଅନଲାଇନ ପଞ୍ଜୀକରଣର ଅବଧି ବୃଦ୍ଧି

ବିଏସକେୱାଇ ନବୀନ ହେଲଥ୍ କାର୍ଡର ଅନଲାଇନ ପଞ୍ଜୀକରଣ ପାଇଁ ରାଜ୍ୟ ସରକାର ଅବଧି ବୃଦ୍ଧି କରିଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୧୬/୦୧/୨୦୨୪: ବିଏସକେୱାଇ ନବୀନ ହେଲଥ କାର୍ଡ ପାଇଁ ଆବେଦନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ଏହାର ଶେଷ ତାରିଖ ଜାନୁଆରି ୧୬ ଥିଲା। ଏବେ ଅନଲାଇନ୍ ରେଜିଷ୍ଟ୍ରେସନର ଶେଷ ତାରିଖକୁ ଜାନୁଆରି ୨୬ କୁ ବୃଦ୍ଧି କରାଯାଇଛି। ଲୋକଙ୍କ ମତାମତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ତଥା ଓଡ଼ିଶା ସ୍ୱାସ୍ଥ୍ୟ ବୀମା ସମିତିର ଅଧ୍ୟକ୍ଷା ଶାଳିନୀ ପଣ୍ଡିତ ମଙ୍ଗଳବାର ବିଜ୍ଞପ୍ତି ନଂ ୧୮୪ ଜରିଆରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି।