ରାଜ୍ୟରେ ଆଉ ଚାଲିପାରିବନି ପୁରୁଣା ଗାଡ଼ି

ନୂଆଦିଲ୍ଲୀ: ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ (ଏନଜିଟି) ପଶ୍ଚିମବଙ୍ଗରେ ୧୫ବର୍ଷରୁ ଅଧିକ ପୁରୁଣା ବାହନଙ୍କୁ ହଟାଇବାକୁ ଆଦେଶ ଦେଇଛନ୍ତି। ଏନଜିଟି ତାଙ୍କ ଆଦେଶରେ ଆଗାମୀ ୬ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ହଟାଇବା ଜରୁରୀ ବୋଲି ଉଲ୍ଲେଖ କରିଛନ୍ତି। ଏହି ଆଦେଶ ସାରା ରାଜ୍ୟର ବାହନ ଉପରେ ଲାଗୁ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ଯେଉଁ ଗାଡ଼ି ଗୁଡିକ ଫେଜ ଆଉଟ୍ ହେବ ଏଥିରେ ଅଧିକାଂଶ ବିଏସ୍-୪ ଇଞ୍ଜିନବାଲା ଗାଡି ଥିବା କୁହାଯାଇଛି।

୨୦୧୯ରେ ଏକ ଅନୁମାନ ଅନୁସାରେ ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ୧୮,୨୦,୩୮୨ଟି ଘରୋଇ ବାହନ ରହିଛି, ଯେଉଁଗୁଡିକ ପ୍ରାୟ ୧୫ ବର୍ଷ ପୁରୁଣା। ଏହିପରି ସାରା ରାଜ୍ୟରେ ୬୫ ଲକ୍ଷରୁ ଅଧିକ ଘରୋଇ ବାହନ ରହିଛି। ଯେଉଁଗୁଡିକୁ ଏବେ ପର୍ଯ୍ୟାୟକ୍ରମେ ହଟାଇ ଦିଆଯିବ। ସେହିପରି ରାଜଧାନୀ କୋଲକାତାରେ ଚାଲୁଥିବା କମର୍ସିଆଲ ବାହାନରୁ ୨,୧୯୧୩୭ଟି  ୧୫ବର୍ଷରୁ ଅଧିକ ପୁରୁଣା। ସାରା ରାଜ୍ୟରେ ଏପରି ବାହନଙ୍କ ସଂଖ୍ୟା ୬ ଲକ୍ଷରୁ ବି ଅଧିକ।