କୋଭିଡର ଭୟଙ୍କର ସଂକ୍ରମଣ ବେଳେ ସାଇବର ଆକ୍ରମଣକାରୀଙ୍କ ଟାର୍ଗେଟ୍‌ରେ ଥିଲା ସ୍ୱାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ: ସାରା ବିଶ୍ୱ ଯେତେବେଳେ କୋଭିଡ୍-୧୯ କରାଳ ରୂପ ସହ ଯୁଝୁଥିଲା ସେତେବେଳେ ସାଇବର ଆଟାକ ଜାରି ରଖିଥିଲେ ସାଇବର ଅପରାଧି। ଏହି ସମୟରେ ମୁଖ୍ୟତଃ ଇନ୍‌ଫ୍ରାଷ୍ଟ୍ରକଚର୍‌, ସ୍ୱାସ୍ଥ୍ୟ, ଟେଲିକମ ଏବଂ ଅନ୍ୟ ବିଭାଗଗୁଡ଼ିକୁ ବେଶି ଟାର୍ଗେଟ୍ କରୁଥିଲେ ସାଇବର ଅପରାଧି।

ନ୍ୟାସ୍‌ନାଲ୍ ସିକ୍ୟୁରିଟି କାଉନସିଲ(NSCS) ପକ୍ଷରୁ ଏହି ସୂଚନା ଦିଆଯାଇଛି। କୋଭିଡ୍‌ ଚରମ ସୀମାରେ ଥିବା ବେଳେ ଦେଶରେ ଅନ୍‌ଲାଇନ୍ କାର୍ଯ୍ୟ ବୃଦ୍ଧି ପାଇଥିଲା। ଏହି ସମୟରେ ସାଇବର ଅପରାଧିମାନେ ସକ୍ରିୟ ହୋଇଯାଇଥିଲେ। NSCS ଗବେଷଣା କରିବା ପରେ ଏପରି ତଥ୍ୟ ଦେଇଛି।

ଏ ବିଷୟରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୂ ସୂଚନା ଦେଇଛନ୍ତି ଅବସର ପ୍ରାପ୍ତ ଲେଫ୍ଟନାଣ୍ଟକ ଜେନେରାଲ୍ ରାଜେଶ ପନ୍ତ। NSCS ମୁଖ୍ୟ ସାଇବର ସିକ୍ୟୁରିଟି କୋର୍ଡିନେଟର ଥିବା ପନ୍ତ କହିଛନ୍ତି “ ପାଣ୍ଡାମିକ ସମୟରେ ସାଇବର ଆଟାକ ସଂଖ୍ୟା ବୃଦ୍ଧି ପାଇଛି। ଭ୍ୟାକ୍ସିନେସନ ବିକାଶର ମୁଖ୍ୟ ଉତ୍ସ ଥିବା ସ୍ୱାସ୍ଥ୍ୟ ବିଭାଗ ବି ଆକ୍ରମଣକାରୀଙ୍କ କବଳରୁ ବାଦ ଯାଇ ନାହିଁ।