ତିନି ଦିନ ଯାଏଁ ଘଡଘଡି ସହ ବର୍ଷା

ଭୁବନେଶ୍ୱର: ଆସନ୍ତା ତିନି ଦିନ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩୦ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଏଭଳି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

ବୁଧବାର ଫୁଲବାଣୀ ଓ ବାରିପଦାକୁ ଛାଡ଼ି ରାଜ୍ୟର ଅନ୍ୟ କେଉଁଠି ଆଦୌ ବର୍ଷା ହୋଇନି । ଫୁଲବାଣୀରେ ମାତ୍ର ୭.୨ ମିଲିମିଟର, ପାରଳାଖେମୁଣ୍ଡିରେ ୨.୪ ଓ ବାରିପଦାରେ ୧.୮ ମିମି ବର୍ଷା ରେକର୍ଡ ହୋଇଛି ।