ଡକାୟତି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ବର: ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ଡକାୟତି ଗ୍ୟାଙ୍ଗ । ତିନି ଜଣ ଡକାୟତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ ମଧ୍ୟ କରିଛି । ସେହିପରି ଡକାୟତଙ୍କ ନିକଟରୁ ସୁନା ଗହଣା କିଣିବା ଅଭିଯୋଗରେ ତିନି ବଣିଆ ଗିରଫ ହୋଇଛନ୍ତି । ଏନେଇ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ଅନେକ ଦିନ ହେଲାଣି ବିଭିନ୍ନ ସ୍ଥାନରେ ଚୋରି –ଡକାୟତି ଘଟଣାରେ ସାମିଲ ଥିଲେ ଏହି ଗ୍ୟାଙ୍ଗ । ଏନେଇ କମିଶନରେଟ୍‌ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ କିଛି ଦିନ ହେଲା ଏହି ଗ୍ୟାଙ୍ଗ ଉପରେ ନଜର ରଖିଥିଲେ । ଶେଷରେ ଗୁରୁବାର ଦିନ ତିନି ଜଣ ଡକାୟତଙ୍କୁ ଗିରଫ କରିଛି କମିଶନ୍‌ରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା-ଅଳଙ୍କାର ଜବତ ମଧ୍ୟ କରିଛି ପୋଲିସ ।