ରାଜ୍ୟ କ୍ୟାବିନେଟରେ ୨୭ ପ୍ରସ୍ତାବକୁ ମୋହର

ଆଜି କ୍ୟାବିନେଟ ବୈଠକରେ ୨୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ରେସନକାର୍ଡଧାରୀଙ୍କୁ ୧୦୦୦ ଟଙ୍କା, ୨ଟି ଝୋଟ ବ୍ୟାଗ

ଭୁବନେଶ୍ୱର, ୧୨.୦୨.୨୦୨୪: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ ମୋହର ଲାଗିଛି। ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଗରୀବ ଓ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି।

କ୍ୟାବିନେଟ ନିଷ୍ପତ୍ତି ନେଇଥିବା ପ୍ରସ୍ତାବ:-

•ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ ମଞ୍ଜୁରୀ; ଖର୍ଚ୍ଚ ହେବ ୪୪୮ କୋଟି, ଉପକୃତ ହେବେ ୫୦ ହଜାର ପରିବାର
•ଖୁସି ନାପକିନ ଯୋଜନାର ସମୟ ଅବଧି ବୃଦ୍ଧି; ୨୦୨୭-୨୮ ଯାଏଁ ଏହି ଯୋଜନା ବଢିଲା
•ସମ୍ପୂର୍ଣ୍ଣା ଫେଜ-୨ ପୁଷ୍ଟି ଯୋଜନାକୁ ଅନୁମୋଦନ; ୨୦୨୮ ଯାଏ ଚାଲିବ ଯୋଜନା
•ଯୁବବର୍ଗଙ୍କ ସ୍ୱାବଲମ୍ବୀ ପାଇଁ ‘ସ୍ୱୟଂ’ ଯୋଜନା; ବ୍ୟବସାୟ ପାଇଁ ବିନା ସୁଧରେ ମିଳିବ ୧ ଲକ୍ଷ ଟଙ୍କା, ଋଣ ପରିଶୋଧ ସମୟସୀମା ୪ ବର୍ଷ
•ରେସନକାର୍ଡଧାରୀଙ୍କୁ ନଗଦ ୧୦୦୦ ଟଙ୍କା ସହିତ ୨ଟି ଝୋଟ ବ୍ୟାଗ ମିଳିବ; ଉପକୃତ ହେବେ ୯୫ ଲକ୍ଷ ୯୦ ହଜାର ୫୨୬ ପରିବାର, ଏ ବାବଦରେ ଖର୍ଚ୍ଚ ହେବ ୧୨୩୭ କୋଟି ଟଙ୍କା
•ଅଙ୍ଗନୱାଡି ପିଲାଙ୍କୁ ମିଳୁଥିବା ଦୁଇ ହଳ ପୋଷାକକୁ ଆଉ ୫ ବର୍ଷ ବୃଦ୍ଧି
•ବିଏସକେୱାଇ ଯୋଜନାର ସଂପ୍ରସାରଣ; ସରକାରୀ ଚାକିରିଆ ଓ ଆୟକରଦାତାଙ୍କୁ ଛାଡି ସମସ୍ତେ ସାମିଲ
•CMPDP ଯୋଜନାରେ ବିଦ୍ୟୁତ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତିକରଣ
•ସରକାରୀ ବ୍ୟୟରେ ହେବ ୮ଟି ବିଦ୍ୟୁତ ସବଷ୍ଟେସନ; ପାଞ୍ଚଟି ୨୨୦/୩୩ ଏବଂ ତିନୋଟି ୧୧୦/୩୩ କେଭି ସବଷ୍ଟେସନ
•ବୌଦ୍ଧରୁ ସୋନପୁରକୁ ନୂଆ ସେତୁ; ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ନିକଟ ମହାନଦୀରେ ବ୍ରିଜ ନିର୍ମାଣ
•ଭୁବନେଶ୍ବରର ୨ଟି ମସଜିଦ ପାଇଁ ମାଗଣା ଜମି: ରିଜର୍ଭ ପୋଲିସ ଲାଇନ ମସଜିଦକୁ ମାଗଣା ଜମି ପାଇଁ ୨ କୋଟି ୭୦ ଲକ୍ଷ ୪୦ ହଜାର ଟଙ୍କାର ପ୍ରିମିୟମ ଛାଡ, କ୍ୟାପିଟାଲ ମସଜିଦ କମିଟିକୁ ମାଗଣା ଜମି ପାଇଁ ୩ କୋଟି ୭୦ ଲକ୍ଷ ୫୦ ହଜାର ଟଙ୍କାର ପ୍ରିମିୟମ ଛାଡ
• ମେହେର ସମାଜକୁ ଭୁବନେଶ୍ୱରରେ ମାଗଣା ଜମି ପାଇଁ ୫ କୋଟି ୬ ଲକ୍ଷ ଟଙ୍କା ପ୍ରିମିୟମ ଛାଡ
•ଅଗ୍ରଗାମୀ ଅଘରିଆ ସମାଜକୁ ମାଗଣା ଜମି
•ଗଣ୍ଡ ଭବନ ପାଇଁ ଭୁବନେଶ୍ୱରରେ ମାଗଣା ଜମି
•ଡୁମୁଡୁମାରେ ଭୀମଭୋଇ ମହିମା ଅଲେଖ ଟ୍ରଷ୍ଟକୁ ମାଗଣା ଜମି
•ଭୁବନେଶ୍ୱରରେ ନିର୍ମାଣ ହେବ ସ୍ୱଭାବ କବି ଗଙ୍ଗାଧର ମେହେର ଭବନ
•ଜମି ସେଟଲମେଣ୍ଟ ଆଇନରେ ସଂଶୋଧନ
•୨୦୨୪-୨୫ ଯାଏଁ ଚାଲୁ ରହିବ ଏକାମ୍ର ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପ
•ଠିକା କର୍ମଚାରୀଙ୍କ ପାଇଁ ନିଯୁକ୍ତି ବୟସସୀମାରେ କୋହଳ