ଏସ୍‌ଟିଏଫ୍‌ର ଆକ୍ସନ, ବାଜ୍ୟାପ୍ତି ହେଲା ନିଶା ବେପାରୀଙ୍କ ସମ୍ପତ୍ତି

ଭୁବନେଶ୍ୱର:  ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି । ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ । ଜବତ ହୋଇଥିବା ସମ୍ପତ୍ତି ଭିତରେ ରହିଛି ୫ ଟି କୋଠା , ୮ ଟି ଜମି , ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦୁଇଟି ଦାମୀ କାର ଓ ଲକରରୁ ମିଳିଥିବା ୫୯୫  ଗ୍ରାମ ସୁନା ଅଳଙ୍କାର ବାଜ୍ୟାପ୍ତି କରିଛି ଏସ ଟି ଏଫ ।

ଏହି ସମସ୍ତ ସମ୍ପତ୍ତି ନିଶା କାରବାରରୁ ଅର୍ଜିତ ଟଙ୍କାରୁ କିଣିଥିବା ଜଣା ପଡ଼ିଛି । ୨୦୨୨ ଏପ୍ରିଲ ୨୯ରେ ଏମାନଙ୍କ ନିକଟରୁ ୧୦୬ କେଜି ଗଞ୍ଜେଇ ଓ ୫୧୭  ଗ୍ରାମ ଅଫିମ ଜବତ କରାଯାଇଥିଲା । ଏହାସହ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସଟିଏଫ ।