ବଢୁଛି ଦର, ତଥାପି ବଢି ଚାଲିଛି ସୁନାର ଚାହିଦା

ନୂଆଦିଲ୍ଲୀ: ଭାରତରେ ସୁନାର ମୂଲ୍ୟ ବଢ଼ିବା ପରେ ବି ଚାହିଦା କମିନି। ଲୋକେ ବହୁଳ ମାତ୍ରାରେ ସୁନାଗହଣା କିଣୁଛନ୍ତି। ଜୁନ ତ୍ରୟମାସିକରେ ସୁନାର ଚାହିଦା ପାଖାପାଖି ୪୩ ପ୍ରତିଶତ ବଢ଼ିଛି। ୱାର୍ଲ୍ଡ ଗୋଲ୍ଡ କାଉନ୍‌ସିଲ୍‌(WGC)ର ପକ୍ଷରୁ ଏକ ରିପୋର୍ଟ ଜାରି କରି ଏହି ସୂଚନା ଦିଆଯାଇଛି।

WGC ରିପୋର୍ଟ-

ୱାର୍ଲ୍ଡ ଗୋଲ୍ଡ କାଉନ୍‌ସିଲ୍‌ରେ କୁହାଯାଇଛି ଯେ ଏପ୍ରିଲ୍-ଜୁନ ତ୍ରୟମାସିକରେ ବାର୍ଷିକ ଆଧାରରେ ସୁନାର ଚାହିଦା ୪୩ ପ୍ରତିଶତ ବଢ଼ିଛି। ତେବେ ମୁଦ୍ରାସ୍ଫିତି, ରୁପୟା ଓ ଡଲାର ମୂଲ୍ୟ ଓ ଏସମ୍ପର୍କିତ ପଦକ୍ଷେପ ସମେତ ଏପରି ଅନେକ କାରଣ ରହିଛି ଯାହା ଏହାର ଧାରଣକୁ ପ୍ରଭାବିତ କରିପାରିବ ବୋଲି WGC ରିପୋର୍ଟରେ କହିଛି।

ଭାରତରେ କେତେ ବଢିଲା ସୁନାର ଚାହିଦା ?

WGCର ରିପୋର୍ଟ ଅନୁସାରେ, ଏପ୍ରିଲ୍‌ରୁ ଜୁନ୍ ମାସ ଭିତରେ ସୁନାର ଦାମ ୧୭୦.୭ ଟନ ରହିଥିଲା। ଯାହା ୨୦୨୧ ବର୍ଷର ସମାନ ଅବଧିରେ ଏହା ୧୧୯.୬ ଟନ୍ ଥିଲା। ଯାହା ୪୩ ପ୍ରତିଶତରୁ ଅଧିକ ରହିଛି।