କୂଅ ଖୋଳାହେଲା, ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ

ଦଶପଲା ବ୍ଲକ ପିଡୁସୁକୁମ୍ପା ଗ୍ରାମରେ କୂଅ ଖୋଲା ହେବା ପରେ ବି ପାଣି ବାହାରୁ ନଥିବାରୁ ଲୋକମାନେ ନାଳ ପାଣି ଉପରେ ଭରସା କରୁଛନ୍ତି।

ନାଳ ପାଣି ଭରସାଯୋଗ୍ୟ

ନୟାଗଡ଼, ୨୨/୦୨/୨୦୨୪: ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଚଢ଼େୟାପଲ୍ଲୀ ପଂଚାୟତର ପିଡୁସୁକୁମ୍ପା ଗ୍ରାମରେ ଶତାଧିକ ଲୋକ ପିଇବା ପାଣି ପାଇଁ ନାଳ ପାଣି ଉପରେ ଭରସା କରିବା ଖବର “ଦର୍ଶନ” ରେ ବହୁବାର ପ୍ରକାଶ ପାଇବା ପରେ କୂଅ ଖୋଳାହେଲା, ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ। ବର୍ତ୍ତମାନ ସେ କୂଅରୁ ପାଣି ବାହାରୁ ନାହିଁ। ମହିଳାମାନେ ଦୀର୍ଘ ପଥ ଅତିକ୍ରମ କରି ପାଣି ଆଣି ଅଭାବ ମେଣ୍ଟାଉଛନ୍ତି। ଆଗକୁ ଖରା ବଢିବା ସହିତ ଜଳସଂକଟ ଆହୁରି ବଢିବା ନେଇ ଆଶଙ୍କା ଦ୍ରୁଢୀଭୂତ ହେବାରେ ଲାଗିଛି। ବିଭାଗୀୟ ଏକ୍ସପର୍ଟ ଟିମକୁ ଗାଁକୁ ପଠାଇ କାରଣ ଖୋଜି ଜଳ ସମସ୍ଯାର ସ୍ଥାୟୀ ସମାଧାନ କରିବା ଜରୁରୀ ମନେହୁଏ।