ପଦ୍ମ ପୁରସ୍କୃତ ଓଡ଼ିଶାର କୃତୀ ସନ୍ତାନଙ୍କୁ ମିଳିବ ମାସିକ ୨୫ ହଜାର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି।

ଅପ୍ରେଲ ୨୦୨୪ରୁ ପ୍ରଦାନ କରାଯିବ

ଭୁବନେଶ୍ବର, ୧୩/୦୩/୨୦୨୪: ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି।

ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଅପ୍ରେଲ ମାସଠାରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।