୬ଟି ରାଜ୍ୟର ଗୃହ ସଚିବଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଲୋକସଭା ୨୦୨୪ କାର୍ଯ୍ୟସୂଚୀ ଘୋଷଣା କରିବାର କିଛି ଦିନ ପରେ ନିର୍ବାଚନ କମିଶନ ୬ଟି ରାଜ୍ୟର ପଶ୍ଚିମବଙ୍ଗ ଡିଜିପି, ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନିଜ ଜିଲ୍ଲାରେ ରହି ପାରିବେନି ନିର୍ବାଚନରେ ନିୟୋଜିତ ଅଧିକାରୀ

ନୂଆଦିଲ୍ଲୀ,୧୮/୦୩/୨୦୨୪: ୨୦୨୪ ଲୋକସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବାର କିଛି ଦିନ ପରେ ଭାରତୀୟ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାର ଏବଂ ୬ଟି ରାଜ୍ୟ ଯଥାକ୍ରମେ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ମିଜୋରାମ ଏବଂ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନିକ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି।

ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଯଦି ତିନି ବର୍ଷ ଧରି ଗୋଟିଏ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି କିମ୍ବା ନିଜ ଜିଲ୍ଲାରେ ଅବସ୍ଥାପିତ ଅଛନ୍ତି ତେବେ ସେମାନଙ୍କୁ ବଦଳି କରିବାକୁ ଆୟୋଗ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।