ବିଜେଡ଼ି-ବିଜେପି ମେଣ୍ଟ ସମ୍ପର୍କରେ କ’ଣ କହିଲେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ବହୁତ ଭଲ ମଣିଷ: ପାଣ୍ଡିଆନ

ଜାଣିବା ପାଇଁ ପଢନ୍ତୁ

ଭୁବନେଶ୍ବର, ୧୯/୦୩/୨୦୨୪: ନ୍ୟୁଜ ୧୮ ରାଇଜିଂ ଭାରତ ସମ୍ମିଳନୀ ୨୦୨୪ରେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣେ ବହୁତ ଭଲ ମଣିଷ। ତେଣୁ ତାଙ୍କ ସହ ଯୋଡି ହୋଇଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ।

ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ସମ୍ପର୍କରେ ପାଣ୍ଡିଆନ କହିଛନ୍ତି, ମେଣ୍ଟ ହେବାର ଯଦି ସମ୍ଭାବନା ଥାଏ ତେବେ ଆମେ ସମସ୍ତେ ଜାଣିପାରିବୁ। ରାଜନୀତିରେ ଜିତିବା ଲକ୍ଷ୍ୟ ନେଇ ଏ ମେଣ୍ଟର କୌଣସି ଆବଶ୍ୟକତା ନାହିଁ। କେନ୍ଦ୍ରରେ ନରେନ୍ଦ୍ର ମୋଦି ଓ ରାଜ୍ୟରେ ନବୀନ ପଟ୍ଟନାୟକ ନିର୍ବାଚନରେ ନିଶ୍ଚୟ ଜିତିବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନ ନେତା। ସେମାନେ ମଧ୍ୟ ଭଲ ବନ୍ଧୁ ଏବଂ ଦୁଇ ଦଳ ମଧ୍ୟରେ ମେଣ୍ଟ ଏକ ମହାନ ରାଷ୍ଟ୍ରନାୟକତ୍ୱକୁ ଦର୍ଶାଇବ।

ଓଡ଼ିଶାରେ କ୍ରମାଗତ ଷଷ୍ଠ ଥର ପାଇଁ ଜିତିବା ପାଇଁ ବିଜେଡିକୁ ବିଜେପିର ଆବଶ୍ୟକତା ନାହିଁ କି କେନ୍ଦ୍ରରେ ଜିତିବା ପାଇଁ ବିଜେଡିକୁ ଦରକାର ପଡ଼ିବ ନାହିଁ। ଦୁଇ ମହାନ ନେତା ଏକ ବୃହତ ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଁଛନ୍ତି। ଏହାର କୌଣସି ନିର୍ବାଚନୀ ମୂଲ୍ୟ ନାହିଁ। ରାଜ୍ୟରେ ଗତ ପଞ୍ଚାୟତ ନିର୍ବାଚନର ଉଦାହରଣ ଦେଇ ପାଣ୍ଡିଆନ କହିଛନ୍ତି, ବିଜେଡି ୯୫ ପ୍ରତିଶତ ଭୋଟ ପାଇଥିବା ବେଳେ ଦ୍ୱିତୀୟ ଦଳ ବିଜେପି ମାତ୍ର ୫ ପ୍ରତିଶତ ଭୋଟ ପାଇଥିଲା। ଆମ ମୁଖ୍ୟମନ୍ତ୍ରୀ ଜଣେ ଲୋକପ୍ରିୟ ନେତା ଯିଏ ସବୁବେଳେ ଓଡ଼ିଶାବାସୀଙ୍କ ଉନ୍ନତି ପାଇଁ ଚିନ୍ତା କରନ୍ତି ଓ କାମ କରନ୍ତି। ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ଏ ମେଣ୍ଟ ହେବନାହିଁ। ଯଦି ମେଣ୍ଟ ହେବ, ତାହାଲେ ରାଜ୍ୟ ଓ କେନ୍ଦ୍ରର ବୃହତ୍ତର ସ୍ୱାର୍ଥ ପାଇଁ ଏହା ହେବ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚା ମଧ୍ୟରେ ରାଜନୈତିକ ସ୍ଥିତି ଗରମାଗରମ ରହିଥିବା ବେଳେ ପାଣ୍ଡିଆନଙ୍କ ଏପରି ବୟାନ ଇଙ୍ଗିତ କରୁଛି ଯେ, ମେଣ୍ଟ ସମ୍ଭାବନା ବହୁତ କମ। କିନ୍ତୁ କଂଗ୍ରେସ ଓ ରାଜନୈତିକ ବିଶେଷଜ୍ଞ ବହୁ ପୂର୍ବରୁ ମୋଦି ଓ ନବୀନଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ଭାବ ଦେଖି ଭାବୁଥିଲେ ଯେ ବିଜେଡ଼ି ଓ ବିଜେପି ମଧ୍ୟରେ ମେଣ୍ଟ ନିଶ୍ଚୟ ହେବ। କିନ୍ତୁ ସାମ୍ପ୍ରତିକ ସମୟରେ ବିଜେଡିର ନୀରବତା ଏବଂ ମେଣ୍ଟ ସମ୍ପର୍କିତ ପ୍ରଶ୍ନକୁ ଏଭଳି ଏଡାଇ ଯିବା ମେଣ୍ଟ ନେଇ ଦ୍ୱନ୍ଦ ଉପୁଜିଛି।