ରାଜ୍ୟରେ ଲଗାଣ ବର୍ଷା ଓ ବଜ୍ରପାତ

ନୂଆପଡ଼ା ଜିଲ୍ଲାରେ ବଜ୍ରପାତ ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

ବଜ୍ରାଘାତରେ ଯୁବକ ମୃତ

ନୂଆପଡ଼ା, ୧୯/୦୩/୨୦୨୪: ଆଜି ରାଜ୍ୟରେ ହୋଇଥିବା ବର୍ଷା ଓ ବଜ୍ରପାତ ଲାଗି ରହିଥିବାରୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନୂଆପଡ଼ା ଜିଲ୍ଲା ଝଞ୍ଜିମୁଣ୍ଡା ଗ୍ରାମରେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ହେମସିଂହ ମାଝୀ (୩୦) ବୋଲି ଜଣାପଡ଼ିଛି।

ଆଜି ଅପରାହ୍ନରେ ଝଞ୍ଜିମୁଣ୍ଡାରେ ଲଗାଣ ବର୍ଷା ହୋଇଛି। ବର୍ଷା ଆରମ୍ଭ ହେବା ପୂର୍ବରୁ ହେମସିଂହ ତାଙ୍କ ଇଟାଭାଟିକୁ ଯାଇଥିଲେ। ବର୍ଷାରୁ ଇଟାକୁ ରକ୍ଷା କରିବା ପାଇଁ ସେ ଇଟାଗୁଡ଼ିକୁ ପଲିଥିନ୍ ଚାଦରରେ ଢାଙ୍କିବା ସମୟରେ ହଠାତ୍ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସଦର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।