୫୦ ହଜାର ଲାଞ୍ଚ ନେଇ ଫସିଲେ ଜେଇ

ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଖୋର୍ଦ୍ଧା ଜେଇ।

ଏବେ ଭିଜିଲାନ୍ସ ହାତରେ

ଖୋର୍ଦ୍ଧା,୨୦/୦୩/୨୦୨୪: ମହଙ୍ଗା ପଡିଲା ଲାଞ୍ଚ ନେବା। ଲାଞ୍ଚ ନେଇ ଧରା ପଡ଼ିଲେ ଭିଜିଲାନ୍ସ ହାତରେ। ଠିକାଦାରଙ୍କ ଦ୍ୱାରା କରାଯାଇଥିବା ଏକ ଉନ୍ନୟନ ମୂଳକ କାର୍ଯ୍ୟ ସଂକ୍ରାନ୍ତରେ ଚୂଡ଼ାନ୍ତ ବିଲ୍ ପୈଠ କରିବା ପାଇଁ ଅଭିଯୋଗକାରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିବା ଓ ନେବା ବେଳେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଲକ୍ କନିଷ୍ଠ ଯନ୍ତ୍ରୀ (ଜେଇ) ସଙ୍ଗୀତା ମହାପାତ୍ରଙ୍କୁ ଭିଜିଲାନ୍ସ ବୁଧବାର ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଛି।

ସଙ୍ଗୀତା ମହାପାତ୍ରଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ସଙ୍ଗୀତାଙ୍କ ସହ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଜାରି ରହିଛି। ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭ ଅନୁଯାୟୀ ସଙ୍ଗୀତାଙ୍କ ବିରୋଧରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି।