ଆସନ୍ତାକାଲିଠୁ ପାଗ ଫିଟିବ

ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।

ଆଗକୁ ବଢିବ ତାପମାତ୍ରା

ଭୁବନେଶ୍ବର, ୨୦/୦୩/୨୦୨୪: ରାଜ୍ୟରେ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ପରେ ଆସନ୍ତା କାଲିଠାରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଇଏମଡି ଅନୁଯାୟୀ, ମାର୍ଚ୍ଚ ୨୨ ତାରିଖରୁ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବ। ଆସନ୍ତା ୨୧ରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୮ରୁ ୧୦ ଡିଗ୍ରି ବଢ଼ିବ। ସେହିପରି ଗୁରୁବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।