ବିଜେଡିରେ ଯୋଗଦେଲେ ଖରିଆର ବିଧାୟକ

ଖରିଆର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି।

ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ବର, ୨୦/୦୩/୨୦୨୪: ବିଜେଡିରେ ଯୋଗଦେଲେ ନୂଆପଡ଼ା ଜିଲ୍ଲା ଖରିଆର ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ଏଥିସହ ଖରିଆର, ବୋଡେନ ବ୍ଲକ ଅଧ୍ୟକ୍ଷା ପ୍ରେମଶିଳା ନାଗ ଓ ସିନାପାଲି ବ୍ଲକ ଚେୟାରମ୍ୟାନ ମାଧୁରୀ ମାଝୀଙ୍କ ସହ ୪୦ ଜଣ ସରପଞ୍ଚ ଓ ୩୪ ଜଣ ସମିତିସଭ୍ୟଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଶଙ୍ଖ ଭବନରେ ପହଞ୍ଚି ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ସାଂସଦ ମାନସ ମଙ୍ଗରାଜ, ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ନୂଆପଡା ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ନେହାଙ୍ଗିନୀ ଛୁରିଆଙ୍କ ଉପସ୍ଥିତିରେ ବିଜେଡ଼ିରେ ସାମିଲ ହୋଇଛନ୍ତି ଅଧିରାଜ।

ଏହି ଅବସରରେ ଅଧିରାଜ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କଥା କମ୍‌, କାମ ବେଶୀ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ ତାହା ସୁଚାର ଭାବେ ତୁଲାଇବି। ନୂଆ ଓଡ଼ିଶା, ନବୀନ ଓଡିଶା ସଂକଳ୍ପ ପାଇଁ କାର୍ଯ୍ୟ କରିବି ବୋଲି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି।