ବିଜେଡି ନେତା ଦାମୋଦର ରାଉତ ଗୁରୁତର

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟସେବା ଗୁରୁତର ଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କିନ୍ତୁ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ବ୍ରେନ ଡେଡ୍ ହୋଇଥିବା ସୂଚନା

ଭୁବନେଶ୍ବର, ୨୧/୦୩/୨୯୨୪: ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ଦାମୋଦର ରାଉତ ଗୁରୁତର ଅଛନ୍ତି। ତାଙ୍କର ବ୍ରେନ୍ ଡେଡ୍ ହୋଇ ଯାଇଥିବାର ସୂଚନା ମିଳିଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ଥିବା ବେଳେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଦାମଙ୍କ ପୁଅ ସମ୍ବିତ ରାଉତରାୟ ଗଣମାଧ୍ୟମରେ କହିଛନ୍ତି ଯେ, ମାର୍ଚ୍ଚ ୧୮ ତାରିଖ ରାତିରେ ମୋ ବାପାଙ୍କର ହୃଦଘାତ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତରମାନେ ତାଙ୍କୁ କାର୍ଡିଓପଲମୋନାରୀ ରିସସିଟେସନ (ସିପିଆର) ଦେବାରେ ବିଳମ୍ବ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ସିପିଆର୍ ଦେବାରେ ବିଳମ୍ବ ହେଉଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ସହ ବାପାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ୧୫ରୁ ୨୦ ମିନିଟ୍ ସମୟ ଲାଗିଥିଲା। ଏହି ସମୟରେ ମସ୍ତିଷ୍କକୁ ଅମ୍ଳଜାନ ଯୋଗାଣ ଅଭାବରୁ ତାଙ୍କ ମସ୍ତିଷ୍କ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା। ଯାହା ଫଳରେ ତାଙ୍କୁ ବ୍ରେନ ଡେଡ୍ ଘୋଷଣା କରାଯାଇଛି।