ଧୋନିଙ୍କ ହାତରୁ ଗଲା ସିଏସକେ କ୍ୟାପଟେନ୍ସି

ଆଇପିଏଲର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏହି ସୂଚନା ଦେଇଛି।

ଋତୁରାଜ ଗାଇକୱାଡ ହେଲେ ନୂଆ କ୍ୟାପଟେନ୍

ନୂଆଦିଲ୍ଲୀ, ୨୧/୦୩/୨୦୨୪: ଚେନ୍ନାଇ ସୁପର କିଙ୍ଗ୍ସକୁ ମିଳିଲା ନୂଆ କ୍ୟାପଟେନ। ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନରେ ଓପନର ଋତୁରାଜ ଗାଇକୱାଡଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଟାଟା ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଦାୟିତ୍ୱ ଋତୁରାଜ ଗାଇକୱାଡଙ୍କୁ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂହ ଧୋନି। ଆଇପିଏଲର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏହି ସୂଚନା ଦେଇଛି।

ଏମ୍ ଏସ୍ ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗ୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ୫ଟି ଟାଇଟଲ୍ ଜିତିଛି। ଧୋନି ୨୫୦ ଆଇପିଏଲ୍ ମ୍ୟାଚ୍ ଖେଳି ୩୮.୭୯ ହାରରେ ୫୦୮୨ ରନ୍ ସଂଗ୍ରହ କରିଛନ୍ତି। ସେହିପରି ଋତୁରାଜ ୨୦୧୯ରୁ ଚେନ୍ନାଇ ସୁପର କିଙ୍ଗ୍ସରେ ଥିବା ବେଳେ ଏହା ଭିତରେ ଆଇପିଏଲରେ ସେ ୫୨ଟି ମ୍ୟାଚ୍ ଖେଳି ୫୯୦ ରନ୍ ସଂଗ୍ରହ କରିଛନ୍ତି।

ଧୋନୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସମର୍ଥନରେ ଗାଇକୱାଡଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ଏବେ ଧୋନିଙ୍କ ପରେ ସିଏସକେର ନେତୃତ୍ୱ ନେବା ପାଇଁ ଗାଇକୱାଡଙ୍କୁ ଏକ ଆଦର୍ଶ ବିକଳ୍ପ ବୋଲି ବିବେଚନା କରିଛନ୍ତି।