ବିଜେପି ଛାଡିଲେ ନୀଳଗିରି ବିଧାୟକ

ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଖୁବଶୀଘ୍ର ଶଙ୍ଖ ଫୁଙ୍କିବେ!

ଭୁବନେଶ୍ବର, ୨୯/୦୩/୨୦୨୪: ବିଜେପିକୁ ବିଦାୟ ଦେଲେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ। ନୀଳଗିରି ବିଧାୟକ ତାଙ୍କ ଇସ୍ତଫା ପତ୍ର ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲଙ୍କୁ ପ୍ରଦାନ କରିଛନ୍ତି। ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ମସିହାରେ ବିଜୁ ଜନତା ଦଳ ଟିକେଟରେ ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ଶାସକ ବିଜେଡିରୁ ଟିକେଟ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ। ତେବେ ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟରେ ଏହି ଆସନ ବଜାୟ ରଖିବାରେ ସଫଳ ହୋଇଥିଲେ।

ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ ପୁଣି ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି।