ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଅଗଷ୍ଟ ମାସ ୧ ତାରିଖ ସୋମବାର ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ ହେବ । ଏହା ଠାକୁରଙ୍କ ଏକ ଗୁପ୍ତ ସେବା । ଏହି ସେବା ସମୟରେ ଠାକୁରଙ୍କ ଦର୍ଶନ କଟକଣା ରହିବ । ସେହିଦନ ଅପରାହ୍ନରେ ଆନୁମାନିକ ଅଢେଇ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ସୂଚନା ରହିଛି ।

ଖସାପଡ଼ା ନୀତି ଦ୍ୱାରା ଦାରୁ ବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ହୋଇଥାଏ । ଦଇତାପତିମାନେ ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା ସମ୍ପନ୍ନ କରିବେ । ଦ୍ୱିପହରଧୂପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ । ଏଣୁ ଖସାପଡ଼ା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ ।