ସକାଳୁ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ…

ଶାସ୍ତ୍ରରେ କୁହାଯାଇଛିଯେ ସକାଳର ଆରମ୍ଭ ଶୁଭକାମ ସହିତ କରିବା ଆବଶ୍ୟକ। ଯେପରି ଆଖି ଖୋଲିବା ମାତ୍ରେ ଭଗବାନଙ୍କ ଦର୍ଶନ କରିବା, ତାଙ୍କୁ ପ୍ରଣାମ କରିବା, ନିଜର ହାତ ପାପୁଲିକୁ ଦେଖିବା ଇତ୍ୟାଦି। ସକାଳେ କରାଯାଇଥିବା କାର୍ଯ୍ୟ ବ୍ୟକ୍ତିକୁ ସକରାତ୍ମକ ଶକ୍ତି ଦେଇଥାଏ। ଏହା ସହିତ ଦିନଟି ଭଲରେ ବିତିଥାଏ। ସେଥିପାଇଁ ସକାଳେ କରାଯାଇଥିବା କାମକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ।

ସକାଳେ କଣ କରିବା ଦରକାର ଓ କଣ କରିବା ଆବଶ୍ୟକ ନୁହେଁ ଏସବୁ କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଏହି କଥାକୁ ଧ୍ୟାନଦିଆ ନଯାଏ ବା ଅଣଦେଖା କରାଯାଏ ତାହେଲେ ଏହା ଆପଣଙ୍କ ପୁରା ଦିନକୁ ବିଗାଡ଼ି ଦେଇ ପାରେ। ତାହେଲେ ଆସନ୍ତୁ ଜାଣିବା ବ୍ରାହ୍ମ ମୁହୁର୍ତ୍ତରେ ଉଠି କେଉଁ କାମ କରିବା ଉଚିତ ନୁହେଁ।

* ଧାର୍ମିକ ବିଶ୍ୱାସ ଅନୁସାରେ ସକାଳେ ଉଠିବାମାତ୍ରେ ଆପଣ ଦର୍ପଣ ଦେଖନ୍ତୁ ନାହିଁ। ଏପରି କରିବା ଅଶୁଭ ବୋଲି କୁହାଯାଏ।

* ଆପଣ ଯେଉଁଠି ଶୁଅନ୍ତି ସେଠାରେ ଜଙ୍ଗଲି ପ୍ରାଣୀଙ୍କ ଫଟୋଚିତ୍ର ଲଗାନ୍ତୁ ନାହିଁ।ଆପଣ ସକାଳେ ଉଠି ଏହି ଫଟୋ ଚିତ୍ରକୁ ଦେଖିବା  ଅଶୁଭ ହୋଇଥାଏ।

* ସକାଳେ ଉଠି ଆପଣଙ୍କ ଛାଇକୁ ଦେଖନ୍ତୁ ନାହିଁ। ଯଦି କୌଣସି ବ୍ୟକ୍ତି ଏପରି କରିଥାଏ ତାହେଲେ ଅଜଣା ଭୟ ଓ ଚିନ୍ତାର ଶୀକାର ହୋଇଥାଏ। ସେଥିପାଇଁ ସକାଳେ ଉଠି ଏପରି ଭୁଲ୍‌ କରନ୍ତୁ ନାହିଁ।

* ସକାଳେ ଉଠିବା ମାତ୍ରେ ଭଗବାନଙ୍କୁ ସ୍ମରଣ କରନ୍ତୁ। ତାଙ୍କୁ ହାତ ଯୋଡ଼ି ପ୍ରଣାମ କରନ୍ତୁ। ପରେ ଆପଣଙ୍କ ହାତ ପାପୁଲିକୁ ଦେଖନ୍ତୁ ।