କଂଗ୍ରେସରୁ ବହିଷ୍କୃତ ହେଲେ ସୁର

୬ ବର୍ଷ ପାଇଁ ସୁର ରାଉତରାୟ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି।

କିଛି ଫରକ ପଡିବନି: ସୁର

ଭୁବନେଶ୍ବର, ୧୫/୦୪/୨୦୨୪: ପୁଅ ପାଇଁ ପ୍ରଚାର କରିବା ସୁରଙ୍କୁ ପଡିଲା ମହଙ୍ଗା। ପରୋକ୍ଷ ଭାବରେ ତାଙ୍କ ପୁଅ ତଥା ବିଜେଡିର ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରୁଥିବାରୁ କଂଗ୍ରେସ ଏବେ ତାଙ୍କୁ ଦଳରୁ ବିଦା କରିଛି। କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ। ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ଯାଏଁ ବହିଷ୍କୃତ ହେଲେ ସୁର।

ଏ ସଂକ୍ରାନ୍ତରେ ସୁର ଗଣମାଧ୍ୟମକୁ କହିଛନ୍ତି ଯେ, “ମୁଁ କେବେ ବି ମୋ ପୁଅ ପାଇଁ ପ୍ରଚାର କରିନଥିଲି। ମୋ ପୁଅକୁ ବିଜେଡି ଟିକେଟ୍ ମିଳିଥିବାରୁ ମୋତେ ବହିଷ୍କାର କରାଯାଇଛି। କିନ୍ତୁ ମୋତେ କିଛି ଫରକ ପଡିବନି। ମୁଁ କଂଗ୍ରେସ ସହିତ ରହିଛି ଏବଂ ସାରା ଜୀବନ କଂଗ୍ରେସ ସହିତ ରହିବି।”