କରୋନାରେ ପୁଣି ସଂକ୍ରମିତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଛନ୍ତି। ହ୍ୱାଇଟ୍ ହାଉସ୍  ଡାକ୍ତର କେଭିନ ଓ’ କନର ଏହା ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛନ୍ତି। ଏହା ଏକ ରିବାଉଣ୍ଡ କେସ୍ ଓ ରାଷ୍ଟ୍ରପତିଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ।

ହ୍ୱାଇଟ୍ ହାଉସ୍ ଚିକିତ୍ସକ କେଭିନ ଓ’ କନରଙ୍କ ଅଧିକାରୀକ ବୟାନ ଅନୁସାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏବେ ଅନୁନ୍ୟ ୫ ଦିନ ଆଇସୋଲେସନରେ କଟାଇବାକୁ ପଡିବ। ଗତ ବୁଧବାର ରାଷ୍ଟ୍ରପତିଙ୍କ କୋଭିଡ ପରୀକ୍ଷଣ ରିପୋର୍ଟ  ନେଗେଟିଭ ଆସିଛି।

ଜୁଲାଇ ୨୧ ତାରିଖ ଦିନ ଜୋ ବାଇଡେନ ସଂକ୍ରମିତ ଥିବା ଜଣାପଡିଥିଲା। ସେତବେଳେ ତାଙ୍କଠାରେ ସଂକ୍ରମଣର କିଛି ଲକ୍ଷଣ ମଧ୍ୟ ଦେଖା ଯାଇଥିଲା। ତେବେ ଗତ ମଙ୍ଗଳବାର ସନ୍ଧ୍ୟାରୁ ହେଉଥିବା ତାଙ୍କ କୋଭିଡି ପରୀକ୍ଷଣ ରିପୋର୍ଟ ସବୁ ନେଗେଟିଭ ଆସୁଛି।

ଶନିବାର ବିଳମ୍ବିତ ରାତ୍ରିରେ କରାଯାଇଥିବା ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନାରେ ସଂକ୍ରମିତ ହୋଇଥିଲେ ବି ରାଷ୍ଟ୍ରପତି ଜୋ ବାଇଡେନ ହ୍ୱାଇଟ୍ ହାଉସ୍‌ରେ ଭିଡିଓ କନଫରେନସିଂ ମାଧ୍ୟମରେ ବୈଠକରେ ଯୋଗ ଦେଉଛନ୍ତି।