୫୪ଲକ୍ଷ ଟଙ୍କା ଲୁଟ୍‌ର ପର୍ଦ୍ଦାଫାସ : ୧୦ଲକ୍ଷ ଟଙ୍କା ଜବତ

ଯାଜପୁର: ଯାଜପୁର ପୋଲିସ ଦ୍ବାରା ବଡ଼ ଧରଣର ଠକେଇର ପର୍ଦ୍ଦାଫାସ । ପିଓଏସ୍ ମେସିନ୍ ଲଗାଇ ୫୪ ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦଫାସ କରିଛି ଯାଜପୁର ପୋଲିସ । ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୧୦ ଲକ୍ଷ ଟଙ୍କା, ୨୭ ଟି ଚେକ୍‌ବୁକ୍, ୬୩ଟି ଏଟିଏମ କାର୍ଡ, ୪୬ଟି ସିମ୍ କାର୍ଡ ଜବତ ହୋଇଛି । ମୁଖ୍ୟ ଅଭିଯୁକ୍ତ ମାଳତୀ ନାୟକ ଓ ସୁନୀଲ ନାୟକଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସଡିପିଓ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି ।