ଜୁଲାଇରେ ହ୍ରାସ ହୋଇଛି ଡିଜେଲ ଓ ପେଟ୍ରୋଲ ବିକ୍ରି

ନୂଆଦିଲ୍ଲୀ: ଜୁଲାଇରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଜୁନ ମାସ ତୁଳନାରେ ହ୍ରାସ ହୋଇଛି। ଦେଶକୁ ମୌସୁମୀର ଆଗମନ ସାଙ୍ଗକୁ କେତେକ କ୍ଷେତ୍ରରେ ଚାହିଦା ହ୍ରାସ ହେବା ଏପରି ପରିସ୍ଥିତି ସୃଷ୍ଟି କରିଛି। ଏକ ହିସାବ ଅନୁସାରେ ଦେଶରେ ସର୍ବାଧିକ ବ୍ୟବହାରରେ ଆସୁଥିବା ଇନ୍ଧନ ଡିଜେଲ ଖର୍ଚ୍ଚ ଜୁଲାଇରେ ୧୩.୧ ପ୍ରତିଶତ ବଢ଼ି ୬୪.୪ ଲକ୍ଷ ଟନ ହୋଇଥିଲା। ତେବେ ଏହାର ପୂର୍ବ ମାସରେ ଏହି ବିକ୍ରି ୭୩.୯ଲକ୍ଷ ଟନରେ ଥିଲା।

ସାଧାରଣତଃ  ମୌସୁମୀ ଆଗମନ ପରେ ଜୁଲାଇ-ସେପ୍ଟେମ୍ବରରେ ଡିଜେଲର ଚାହିଦା ହ୍ରାସ ହୋଇଥାଏ। ବର୍ଷାଯୋଗୁ ଯାତାୟାତ ଉପରେ ପ୍ରତିକୂଳ ପ୍ରଭାବ ପଡିଥାଏ। କୃଷି କ୍ଷେତ୍ରରେ ମଧ୍ୟ ଜଳସେଚନ ଓ ପରିବହନ ଲାଗି ଡିଜେଲର ଚାହିଦା ହ୍ରାସ ହୋଇଥାଏ। ତେବେ ତଥ୍ୟ ଅନୁସାରେ ବାର୍ଷିକ ଆଧାରରେ ଜୁଲାଇ ମାସରେ ଡିଜେଲର ଚାହିଦା ୧୭.୧ ପ୍ରତିଶତ ଅଧିକ ହୋଇଥାଏ।