ଇଡି ଅଫିସ୍‌ ଯିବା ପୂର୍ବରୁ ସଂଜୟଙ୍କ ଭାବ ବିହ୍ୱଳ ପୋଷ୍ଟ

ନୂଆଦିଲ୍ଲୀ: ଗିରଫ ପୂର୍ବରୁ ଶିବସେନା ସାଂସଦ ସଂଜୟ ରାୱତଙ୍କ ଇମୋସନାଲ୍‌ ପୋଷ୍ଟ । ଅର୍ଥ ହେର୍‌ଫେର୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପୂର୍ବରୁ ପରିବାର ସହ ସଂଜୟ ଇମୋସନାଲ୍‌ ସମୟ ବିତାଇଥିବା ଏଥିରେ ଦେଖିବାକୁ ମିଳିଛି । ୯ -୧୦ ଘଣ୍ଟା ଧରି ଚଢାଉ ପରେ ସଂଜୟ ରାଉତଙ୍କୁ ଗିରଫ କରିଛି ଇଡି। ମମ୍ବାଇସ୍ଥିତ ସଂଜୟ ରାତଙ୍କ ଘର ମୈତ୍ରୀରୁ ତାଙ୍କୁ ଉଠାଇ ନେଇଛି।

ସକାଳ ୫ଟାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ସଦଳବଳେ ସଂଜୟ ରାୱତଙ୍କ ଘରେ ଚଢାଉ କରିଥିଲା। ଏପରିକି ୧୫ ଘଣ୍ଟା ଜେରା କରାଯାଇଥିଲା । ମୁମ୍ବାଇସ୍ଥିତ ପାତ୍ରା ଚାୱାଲା ଜମି ଘୋଟଲାକୁ ନେଇ ସଂଜୟଙ୍କ ବିରୋଧରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କହିଛି । ଇଡି ଚଢ଼ାଉ ବେଳେ ସଂଜୟଙ୍କ ଘରୁ ୧୧ ଲକ୍ଷ ଟଙ୍କା ମିଳିଛି । ଯାହାକୁ ତାଙ୍କ ଭାଇ ସୁନିଲ୍‌ ରାୱତ ଅଯୋଧ୍ୟା ଫଣ୍ଡ୍‌ର ଟଙ୍କା ବୋଲି କହିଛନ୍ତି ।