ବିଜେପିରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତରାୟ

ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ଦେବାରୁ କ୍ଷୋଭ ପ୍ରକାଶ କଲେ କାଳୁ

ଖୋର୍ଦ୍ଧା,୦୧/୦୫/୨୦୨୪: ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ୨୦୧୯ ମସିହାର ବିଧାୟକ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତରାୟ ୧୦ ବର୍ଷ ଧରି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ସୁଦୃଢ଼ କରିଆସିଥିଲେ ଏବଂ ୨୦୧୯ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇ ପାଖାପାଖି ୭୫୦୦୦ ଭୋଟ ପାଇଥିଲେ। ତାଙ୍କୁ ୨୦୨୪ ନିର୍ବାଚନରେ ଦଳୀୟ ଟିକେଟ ମିଳିବା ଏକ ପ୍ରକାର ନିଶ୍ଚିତ ଥିବା ବେଳେ ଭୁବନେଶ୍ବର ସାଂସଦ ୨କୋଟି ଟଙ୍କା ପ୍ରଶାନ୍ତ ଜଗଦେବଙ୍କଠାରୁ ନେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଉପରେ ଯିଏ ଗାଡି ଚଢେଇ ମାରି ଦେବାକୁ ଉଦ୍ୟମ କରିଥିବା ଲୋକଙ୍କୁ ଟିକେଟ ଦେବା କାରଣରୁ ଓ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ବିଫଳ ହେବା ପରେ ଆଜି ତାଙ୍କର ସମର୍ଥକମାନଙ୍କ ସହିତ ପ୍ରେସମିଟ କରି ସମୂହ ଇସ୍ତଫା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବଡ଼ପୋଖରିଆ ମଣ୍ଡଳ ସଭାପତି ବିପିନ ପାଲଟାସିଂହ, ନିରାକାରପୁର ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ, ଦକ୍ଷିଣ ମଣ୍ଡଳ ସଭାପତି ସୀତାରାମ ରାଉତରାୟ, ନିର୍ବାଚନ ମଣ୍ଡଳୀ ସଂଯୋଜକ କିଶୋର ଚନ୍ଦ୍ର ବରାଳ, ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ, ଉପସଭାପତି ତ୍ରିନାଥ ମହାପାତ୍ର, ସାଧାରଣ ସମ୍ପାଦକ ଅଭିମନ୍ୟୁ ଘଟୁଆଳ, ଓ ବି ସି ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ବେହେରା, ରଜତ ରଞ୍ଜନ ଶର୍ମା, ବଦ୍ରି ନାରାୟଣ ଦାଶ ପ୍ରମୁଖ ବହୁ ଆଗଧାଡ଼ିର କାର୍ଯ୍ୟକର୍ତ୍ତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରି ଜନ ସାଧାରଣଙ୍କ ଆଶ୍ରିବାଦକୁ ପ୍ରାର୍ଥେୟ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।