କେରଳରେ ପ୍ରବଳ ବର୍ଷା, ୧୦ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମେ କେରଳରେ ଏଣ୍ଟ୍ରି ମାରିଥିଲା ମନସୁନ୍ । ସେବେଠୁ ରାଜ୍ୟରେ ଲଗାତର ବର୍ଷା ହେବାରେ ଲାଗିଛି । ଏଥିଯୋଗୁଁ ଅନେକ ସ୍ଥାନରେ ଭୂସ୍ଖଳନ ହେବା ସହ କିଛି ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ତେବେ ଏହା ମଧ୍ୟରେ ପାଣିପାଗ ବିଭାଗ କେରଳର ୧୦ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି । ଏହି ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

୩ ଅଗଷ୍ଟ ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ନେଇ ପାଣିପାଗ ବିଭାଗ ରେଡ୍ ଆଲର୍ଟ ଜାରି କରିଛି ।  ଥିରୁବନନ୍ତପୁରମ, କୋଲ୍ଲମ, ପଠାନମଥିଟ୍ଟା ଏବଂ କାସରଗୋଡକୁ ଛାଡି ରାଜ୍ୟର ସମସ୍ତ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଛି । ଏଠାରେ ୨ ଏବଂ ୩ ଅଗଷ୍ଟ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୫ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ଭାରୀ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।