ବୋଲଗଡ଼ରେ ବୋମାମାଡ,: ୪ ଆହତ

ବୋଲଗଡ଼: ପୂର୍ବ ଶତୃତାକୁ ନେଇ ହୋଇଛି ବୋମାମାଡ। ବୋଲଗଡ଼ ବାଙ୍କୋଇ ଫାଣ୍ଡିର ବାଳସିଙ୍ଗି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତୃତାକୁ ନେଇ ବୋମା ମାଡ ଘଟିଛି। ଏଥିରେ ୪ଜଣ ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଦୁଇ ଗୁରୁତରଙ୍କୁ ଆହତ ପ୍ରଥମେ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଖୋରଧା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରଯାଇଥିବା ବେଳେ ଅନ୍ଯ ଦୁଇଜଣ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଅଛନ୍ତି । ସେମାନଙ୍କ ମଧ୍ୟ୍ୟରେ ଜଣେ ନାବାଳିକା ଥିବା ଜଣାପଡିଛି । ଖବର ପାଇ ବୋଲଗଡ଼ ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବେ ପରିସ୍ଥିତି ଶାନ୍ତ ଥିବା କୁହାଯାଉଛି ।