ରିଲିଜ ହେଉ ହେଉ ନିଆଁ ଲଗାଇଲା ‘ବ୍ରହ୍ମାସ୍ତ୍ର’ ଟ୍ରେଲର: ରଣବୀର ଓ ଆଲିଆଙ୍କ ରୋମାନ୍ସ କରିଛି କିମିଆ

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଟ୍ରେଲର ଲଞ୍ଚ ହୋଇଛି। ଫିଲ୍ମର ଟ୍ରେଲର ବେଶ୍‌ ଦମଦାର ରହିଛି। ଏଥିରେ ରଣବୀର କପୁର ଶିବା ଭୂମିକାରେ ନଜର ଆସିଛନ୍ତି। ଜଣେ ସାଧାରଣ ଲୋକର ଗୋଟିଏ ସ୍ୱତନ୍ତ୍ରତା କିଭଳି ତାଙ୍କୁ ଦୁନିଆର ରକ୍ଷକ ସଜାଉଛି, ତାହା ଦେଖିବାକୁ ମିଳିବ। ବଲିଉଡର କ୍ୟୁଟ୍ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅନସ୍କ୍ରିନ୍ ରୋମାନ୍ସ ଏଥିରେ ଦେଖିବାକୁ ମିଳିଛି । ଦର୍ଶକମାନେ ମଧ୍ୟ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି ।

ଟ୍ରେଲରରେ ରଣବୀର ଓ ଆଲିଆ ଏକ ଖରାପ ଶକ୍ତିର ସାମ୍ନା କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ରଣବୀର-ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ତେଲୁଗୁ ଷ୍ଟାର ନାଗାର୍ଜୁନ ଏବଂ ମୌନୀ ରୟଙ୍କ ମଧ୍ୟ ଦେଖିବାକୁ ମିଳିଛି । ଟ୍ରେଲରକୁ ଆଲିଆ ନିଜ ସୋସିଆଲ ପେଜ୍ରେ ମଧ୍ୟ ସେୟାର କରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରୁଥିବା ଦେଖିବାକୁ ମିଳିଛି ।

ବ୍ରହ୍ମାସ୍ତ୍ରର କାହାଣୀ ଶିବା(ରଣବୀର କପୁର)ଙ୍କୁ ନେଇ ଗଢ଼ିଉଠିଛି । ଶିବା ପାଖରେ ସୁପରପାୱାର ରହିଛି । ଯାହା ନିଜେ ଶିବା ମଧ୍ୟ ଜାଣିନାହିଁ । ଶିବା ଓ ଈଶା(ଆଲିଆ ଭଟ୍ଟ)ଙ୍କ ଲଭଷ୍ଟୋରୀ ମଧ୍ୟରେ ଶିବାକୁ ତା’ ଭିତରେ ଥିବା ସୁପରପାୱାର ବିଷୟରେ ଜଣାପଡେ । ଶିବାର ଏହି ସୁପରପାୱାର ଦ୍ୱାରା ବ୍ରହ୍ମାସ୍ତ୍ରକୁ ବଂଚାଇବା ସମ୍ଭବ ହୋଇପାରିବ । ଫିଲ୍ମରେ ଅମିତାଭ ଏବଂ ନାଗାର୍ଜୁନ ବ୍ରହ୍ମାଣ୍ଡର ରକ୍ଷା କରିବା ଭୂମିକାରେ ନଜର ଆସିବେ । ସେହିଭଳି ମୌନୀ ରୟଙ୍କୁ ନେଗେଟିଭ୍ ଭୂମିକାରେ ଦେଖିବାକୁ ମିଳିବ । ସୂଚନାଯୋଗ୍ୟ ଯେ, ଆୟନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯ ସେପ୍ଟେମ୍ବରରେ ରିଲିଜ୍ ହେବ ।.