Koffee With Karan 7ରେ ନଜର ଆସିବେ କ୍ୟାଟ୍ରିନା କୈଫ

ମୁମ୍ୱାଇ: କଫି ୱିଥ୍ କରନ୍ ୭’ର ଆରମ୍ଭ ପୂର୍ବରୁ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଏହି ସୋରେ ଅଂଶଗ୍ରହଣ କରିବେ କି ନାହିଁ ତାହା ଅନୁମାନ କରାଯାଉଥିଲା । ବିବାହ ପରେ, ଦମ୍ପତ୍ତି ଭାବେ ନଜର ଆସିବେ କି ନାହିଁ ହେଉଥିଲା ଚର୍ଚ୍ଚା । ପ୍ରଶଂସକମାନେ ସେମାନଙ୍କ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଥିଲେ । ହେଲେ ଏବେ ଖବର ମିଳିଛି ଯେ କ୍ୟାଟ୍ରିନା କୈଫ କରଣ ଜୋହରଙ୍କ ସୋ’ରେ ଅଂଶଗ୍ରହଣ କରିବେ ।

କିନ୍ତୁ ବିକି କୌଶଲ ତାଙ୍କ ସହ ଆସିବେ ନାହିଁ । ଶୋ’ର ପ୍ରଥମ ସିଜନରେ କ୍ୟାଟ୍ରିନା ଅଂଶଗ୍ରହଣ କରିଛନ୍ତି । କରଣ ଜୋହରଙ୍କ ସହିତ ତାଙ୍କର ଘନିଷ୍ଠ ବନ୍ଧୁତା ଅଛି । ଏଭଳି ପରିସ୍ଥିତିରେ ତାଙ୍କୁ ‘କଫି ଓ୍ୱିଥ୍ କରଣ ୭’ ରେ ଗପସପ୍ କରୁଥିବା ଦେଖିବାକୁ ମିଳିବ। ସୂଚନା ଥାଉକି, କ୍ୟାଟ୍ରିନା ଏବଂ ଭିକିଙ୍କ ପ୍ରେମ କାହାଣୀ ‘କଫି ଓ୍ୱିଥ୍ କରଣ’ରୁ ଆରମ୍ଭ ହୋଇଥିଲା । ଉଭୟ ବିଭିନ୍ନ ଏପିସୋଡରେ ନଜର ଆସିଥିଲେ ।