ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା । ଜୁଲାଇ ମାସରେ ନେଇଗଲେ ମୋଟ ୧ କୋଟି ୩୮ ଲକ୍ଷ ଟଙ୍କା । କିନ୍ତୁ ରିଫଣ୍ଡ ହୋଇଛି ମାତ୍ର ୧୧ ଲକ୍ଷ ୩୯ ହଜାର ଟଙ୍କା । ବାକି ବ୍ଲକ ହୋଇଛି ୧୯ ଲକ୍ଷ ୯୮ ହଜାର ଟଙ୍କା ।

ତେବେ ସାଇବର ଲୁଟ୍‌ରେ ଯାଉଛି କୋଟି କୋଟିରେ, କିନ୍ତୁ ଫେରୁଛି ମାତ୍ର ସମୁଦ୍ରକୁ ଶଙ୍ଖେ । ଚଳିତ ମାସରେ ସମୁଦାୟ ୩୬୮ଟି ଠକେଇ କଲ ଆସିଥିବା ବେଳେ ତା ମଧ୍ୟରୁ ୟୁପିଆଇ ଫ୍ରଡ଼ ଅଭିଯୋଗ ୧୪୮ଟି ଆସିଛି । ଏହା ସବୁଠୁ ଅଧିକ । ତା ପରେ କ୍ରେଡିଟ୍ ଓ ଡେବିଟ୍ କାର୍ଡ କଲ ନେଇ ୭୧ ଟି ଅଭିଯୋଗ ଆସିଛି ।

ଜୁଲାଇ ମାସରେ ୭ଟି ମାମଲା ରୁଜୁ ହୋଇଛି । ଜୁନ ମାସରେ ଲୁଟିଥିଲେ ୧ କୋଟି ୬ ଲକ୍ଷ ଟଙ୍କା । ଫେରି ପାଇଛନ୍ତି ୫ ଲକ୍ଷ ୩୬ ହଜାର । ବ୍ଲକ ହୋଇଥିଲା ୩ଲକ୍ଷ ୪୬ ହଜାର ଟଙ୍କା ।