ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀ ହେଲେ ଉଚ୍ଚ ଶିକ୍ଷା ସଚିବ । ବିଷ୍ଣୁପଦଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଦାୟିତ୍ୱ ଦିଆଯାଇଛି ।

କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିଥିବା ଆଇଏଏସ୍‌ ଅଫିସର ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ ସଶକ୍ତିକରଣ ସଚିବ ଭାବେ ଦ୍ୱାୟିତ୍ୱ ମିଳିଛି । ଅରବିନ୍ଦଙ୍କୁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି ।

ଅନ୍ୟପଟେ ଆଇଏଏସ୍‌ ସଂଜୟ କୁମାର ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ଦ୍ୱାୟିତ୍ୱ ମିଳିଛି । ସୂଚନା ଓ ଲୋକ ସଂପର୍କ, ବିଡିଏର ଭିସି ଭାବେ ମଧ୍ୟ ସଂଜୟ ଅତିରିକ୍ତ ଦ୍ୱାୟିତ୍ୱ ସମ୍ଭାଳିବେ । ଡେପୁଟେସନ୍‌ରୁ ଫେରିଥିବା ଆଇଏଏସ୍‌ ଅଶ୍ୱଥି ଏସ୍‌ଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ମିଳିଛି ।