୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଭୋଗରାଇ: କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଏବଂ ଭୋଗରାଇ ଅବକାରୀ ବିଭାଗ ପକ୍ଷରୁ  ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଦୁବସାହି ଗ୍ରାମରେ ମିଳିତ ଚଢଉ । ଏହି ଚଢ଼ାଉରେ ୨୬୯ ଗ୍ରାମର ବ୍ରାଉନସୁଗାର ସମେତ ୧୮ ଲିଟର ପଶ୍ଚିମବଙ୍ଗ ମାର୍କା ଦେଶୀମଦ ଜବତ କରିଛି ବିଭାଗ । ଦୁଇ ବେପାରୀଙ୍କୁ ଗିରଫ କରିବା ସହ ଗୋଟିଏ ପଲସର ବାଇକ ଜବତ କରାଯାଇଛି ।

ଓଡିଶା ଅବକାରୀ କମିଶନର ଏବଂ ବାଲେଶ୍ବର ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏକ ଦଶ ଜଣିଆ ଟିମ୍ ଭୋଗରାଇ ଏବଂ ଜଳେଶ୍ବରର ବିଭିନ୍ନ ଅଞ୍ଚଳରେ ଚଢଉ କରିଥିଲେ । କମର୍ଦ୍ଦା ଥାନା ଅନ୍ତର୍ଗତ ଦୁବସାହି ଗ୍ରାମରୁ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ବ୍ରାଉନସୁଗାର ଏବଂ ଦେଶୀ ମଦ ଜବତ କରିଛନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ।