ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ

ପୋଲିଂ ଅଫିସରଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ।

ତିନି ଦିନ ପାଇଁ ଜିଲ୍ଲା ଜଜଙ୍କ ଦ୍ୱାରା ମିଳିଲା ଜାମିନ

ଭୁବନେଶ୍ବର, ୦୭/୦୬: ୨୦୨୪ ସାଧାରଣ ନିର୍ବାଚନରେ ଇଭିଏମ୍ ଭଙ୍ଗାରୁଜା ଓ ପୋଲିଂ ଅଫିସରଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଅନ୍ତରୀଣ ଜାମିନ। ତିନି ଦିନ ପାଇଁ ମିଳିଛି ଏହି ଅନ୍ତରୀଣ ଜାମିନ। ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଶାନ୍ତଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ଜୁନ୍ ୯ରୁ ଜୁନ୍ ୧୨ ପର୍ଯ୍ୟନ୍ତ ତିନି ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଓଡ଼ିଶାରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇପାରିବେ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ବ୍ଲକ ଅନ୍ତର୍ଗତ କାଉଁରିପାଟଣାର ୧୧୪ ନମ୍ବର ବୁଥ୍ ରେ ଇଭିଏମ୍ ଭାଙ୍ଗି ଦୁଇ ଜଣ ପୋଲିଂ ଅଫିସରଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ପ୍ରଶାନ୍ତଙ୍କୁ ଗିରଫ କରିଥିଲା। ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲା। ସେଠାରେ ପ୍ରଶାନ୍ତଙ୍କ ଶରୀର ଅସୁସ୍ଥ ଜଗଦେବଙ୍କୁ ଖୋର୍ଦ୍ଧା ଜେଲରୁ ଅଣାଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ଏବେ ମେଡିସିନ ବିଭାଗର ଆଇସିୟୁରେ ଭର୍ତ୍ତି ଅଛନ୍ତି।