ରାହୁଲ ଗାନ୍ଧିଙ୍କୁ ମିଳିଲା ଆଶ୍ୱସ୍ତି

ଆଜି ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ ନିକଟରେ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

ବେଙ୍ଗାଲୁରୁ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ, ୦୭/୦୬: କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର ଅନ୍ୟ ନେତାଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାୟର ହୋଇଥିବା ମାନହାନୀ ମାମଲାରେ ବେଙ୍ଗାଲୁରୁ ସ୍ୱତନ୍ତ୍ର କୋର୍ଟରୁ ଜାମିନ୍ ପାଇଛନ୍ତି। ଜୁନ୍ ୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ରାହୁଲ ଗାନ୍ଧୀ ଆଜି ସକାଳେ ମୁଖ୍ୟ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହୋଇଥିଲେ। ଏହି ମାମଲାରେ ପୂର୍ବରୁ କୋର୍ଟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଜାମିନ ପ୍ରଦାନ କରିଥିଲେ।

ଏହି ଅଭିଯୋଗ ମୁଖ୍ୟତଃ ବିଜେପି କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ବିରୋଧରେ ଦାୟର କରିଥିଲା। ନିର୍ବାଚନ ପ୍ରଚାର ସମୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ କମିଶନ ଖୋର ନେତା ବୋଲି ଏକ ବିବାଦୀୟ ବୟାନ ଦେଇଥିଲେ ରାହୁଲ। ସେହିପରି ଆଉ ଏକ ଘଟଣାରେ ବିଜେପି ଅଭିଯୋଗରେ ଦର୍ଶାଇ ଥିଲା ଯେ, “ଡବଲ ଇଞ୍ଜିନ ସରକାର” ବଦଳରେ କେପିସିସି “ଟ୍ରବଲ ଇଞ୍ଜିନ ସରକାର” ଶବ୍ଦ ବ୍ୟବହାର କରିଥିଲେ, ଯାହା ଫଳରେ ବିଜେପିର ନାମ ଏବଂ ପ୍ରତିଷ୍ଠାକୁ ଖରାପ କରିବା ଏବଂ ନିର୍ବାଚନରେ ଏହାର ସମ୍ଭାବନାକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ପ୍ରୟୋଗ ହୋଇଥିଲା।