କାଲି ବିଜେପି ବିଧାୟକ ଦଳ ବୈଠକ

ଆସନ୍ତାକାଲି ନବନିର୍ବାଚିତ ବିଜେପି ବିଧାୟକଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ।

ନେତା ଚୟନ କରିବେ ବିଧାୟକ

ଭୁବନେଶ୍ବର, ୦୭/୦୬: ଆସନ୍ତାକାଲି ଓଡ଼ିଶାରେ ବିଜେପିର ନବନିର୍ବାଚିତ ବିଧାୟକଙ୍କୁ ନେଇ ବୈଠକ ବସିବ। ନବନିର୍ବାଚିତ ବିଧାୟକମାନେ ସେମାନଙ୍କ ନେତା ଚୟନ କରିବେ। ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା ଚୂଡ଼ାନ୍ତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନାମକୁ ବିଧାୟକମାନେ ଅନୁମୋଦନ ଦେବେ। ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ବିଧାୟକ ରବି ନାୟକ।

ବିଜେପି ପାଖରେ ସଂଖ୍ୟାଗରିଷ୍ଠତା ଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ। ଆସନ୍ତାକାଲିର ବୈଠକରେ ଏହି ଘୋଷଣା ହେବାର ସମ୍ଭାବନା ରହିଛି।