ଚାଇଲ୍ଡ କେୟାର ଲିଭରେ ସୁଜାତା କାର୍ତ୍ତିକେୟନ

ଆଇଏଏସ୍ ସୁଜାତା କାର୍ତ୍ତିକେୟନ ତାଙ୍କ ଝିଅର ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇବାକୁ ଛୁଟିରେ ଅଛନ୍ତି।

୬ ମାସ ଛୁଟିରେ ସୁଜାତା

ଭୁବନେଶ୍ବର, ୦୭/୦୬: ଚାଇଲ୍ଡ କେୟାର ଲିଭ ନେଇ ଛୁଟିରେ ଯାଇଛନ୍ତି ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ୍ ୬ ମାସ ଛୁଟିରେ ଯାଇଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସୁଜାତାଙ୍କ ଝିଅର ଦଶମ ଶ୍ରେଣୀ ପରୀକ୍ଷା ଥିବାରୁ ପ୍ରସ୍ତୁତ କରାଇବାକୁ ମେ ୩୧ରୁ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ୬ ମାସ ପାଇଁ ‘ଚାଇଲ୍ଡ କେୟାର’ ଛୁଟିରେ ଅଛନ୍ତି। ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ସୁଜାତା କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆ ଯାଇଥିଲା।