ନବୀନ ନିବାସରେ ଅରୁଣ ପଟ୍ଟନାୟକ

ଗତ କାଲି ନବୀନ ନିବାସରେ ଆସି ପହଞ୍ଚିଛନ୍ତି ଅରୁଣ ପଟ୍ଟନାୟକ।

ଦିଲ୍ଲୀରୁ ସାଙ୍ଗରେ ଧରି ଆସିଲେ ପାଣ୍ଡିଆନ

ଭୁବନେଶ୍ବର, ୦୮/୦୬: ଓଡ଼ିଶାରେ ବିଜେଡିର ଭବିଷ୍ୟତ କ’ଣ? ନବୀନ ପଟ୍ଟନାୟକଙ୍କ ଭୂମିକା କ’ଣ ରହିବ? ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ମଙ୍ଗ କିଏ ଧରିବ? ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ଏଭଳି ଅନେକ ପ୍ରଶ୍ନ ଉଠୁଛି। ଏହାରି ଭିତରେ ଆଉ ଏକ ରୋଚକ ଖବର ମିଳିଛି। ନବୀନ ନିବାସରେ ଆସି ପହଞ୍ଚିଛନ୍ତି ଅରୁଣ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ବଡ ପୁଅ ତଥା ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ। ଗତ କାଲି ନବୀନ ନିବାସରେ ଆସି ପହଞ୍ଚିଛନ୍ତି। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭିକେ ପାଣ୍ଡିଆନ ଦିଲ୍ଲୀ ଯାଇ ଅରୁଣଙ୍କୁ ସାଙ୍ଗରେ ଧରି ଆସିଛନ୍ତି। ଅରୁଣ ପଟ୍ଟନାୟକ କାହିଁକି ଓଡ଼ିଶା ଆସିଛନ୍ତି, ଏ ନେଇ କିଛି ଠୋସ୍ ଖବର ମିଳିନି। କିନ୍ତୁ ବିଜେଡିର ଦାୟିତ୍ୱ ଏବେ ଅରୁଣ ନେଇପାରନ୍ତି ବୋଲି ସୂଚନା ମିଳିଛି। ବିଜେଡିର ମଙ୍ଗ ଧରି ପାରନ୍ତି ଅରୁଣ। ରାଜନୀତିରେ କେବେ ପାଦ ଦେଇନଥିବା ଅରୁଣ ଜଣେ ଉଦ୍ୟୋଗୀ। ହେଲେ, ଏବେ ନବୀନଙ୍କ ପରେ ବିଜେଡି ଭାର ସେ ସମ୍ଭାଳି ପାରନ୍ତି ବୋଲି ଅନୁମାନ କରାଯାଉଛି। ଅରୁଣ ନବୀନଙ୍କ ପୁତୁରା ହୋଇଥିବାରୁ ସେ ତାଙ୍କ ଉତ୍ତରାଧିକାରୀ ଭାବେ ସମସ୍ତ ଦାୟିତ୍ୱ ନେଇ ପାରନ୍ତି।