ପିଏମ କିଷାନରେ ୧୭ତମ କିସ୍ତି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ପିଏମ କିଷାନ ଅଧିନରେ ୨୦,୦୦୦ କୋଟି ଟଙ୍କାର ଅର୍ଥ ରାଶି ବଣ୍ଟନ କରାଯିବ।

ବାରାଣାସୀରୁ ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ, ୧୫/୦୬: ପିଏମ-କିଷାନ ଅଧିନରେ ଅନ୍ତର୍ଭୁକ୍ତ ହୋଇଥିବା ଦେଶର କୃଷକମାନଙ୍କୁ ୧୭ତମ କିସ୍ତି ପ୍ରଦାନ କରାଯିବ। ଏହା ଅଧିନରେ ପ୍ରାୟ ୨୦,୦୦୦ କୋଟି ଟଙ୍କାର ଅର୍ଥ ରାଶି ବଣ୍ଟନ କରାଯିବ। କୃଷି ସଖୀ ଭଳି ୩୦,୦୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀକୁ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଆସନ୍ତା ଜୁନ୍ ୧୮ରେ ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ରହିବେ।