ଆଜି ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବ

ଆଜିଠୁ ତିନି ଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେବ।

ବିଧାୟକ ଭାବେ ଶପଥ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୮/୦୬: ଓଡ଼ିଶା ବିଧାନସଭାର ନବନିର୍ବାଚିତ ବିଧାୟକମାନେ ଆଜି ଓ ଆସନ୍ତାକାଲି ଭୁବନେଶ୍ୱର ବିଧାନସଭାରେ ଶପଥ ନେବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକମାନଙ୍କୁ ଶପଥ ପାଠ କରାଇଛନ୍ତି। ମଙ୍ଗଳବାର ଓ ବୁଧବାର ସମସ୍ତ ବିଧାୟକ ଶପଥ ଗ୍ରହଣ କରିବେ।

ବିଧାୟକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ଶପଥ ନେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଓ ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ମଧ୍ୟ ଶପଥ ଗ୍ରହଣ କରିବେ। ଆଜିଠୁ ତିନି ଦିନିଆ ବିଧାନସଭା ଅଧିବେଶନ ଆରମ୍ଭ ହେବ।

ସେହିପରି ବିଧାନସଭା ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ଜୁନ୍ ୧୯ ତାରିଖ ଧାର୍ଯ୍ୟ କରାଯାଇଛି। ଜୁନ୍ ୨୦ତାରିଖରେ ବାଚସ୍ପତି ନିର୍ବାଚନ ହେବ। ରଣପୁର ବିଧାୟକ ସୁରମା ପାଢ଼ୀଙ୍କୁ ବିଜେପି ବାଚସ୍ପତି ଭାବେ ମନୋନୀତ କରିବାର ସମ୍ଭାବନା ରହିଛି।