କେନ୍ଦୁଝରରେ ପିଏମ କିଷାନର ୧୭ତମ କିସ୍ତି ବଣ୍ଟନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ବଣ୍ଟନ କରିଛନ୍ତି।

ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ

କେନ୍ଦୁଝର, ୧୮/୦୬: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀଠାରେ ବିଶାଳ ଚାଷୀ ସମାବେଶରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ପ୍ରଦାନ କଲେ। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟ ଆୟୋଜନ କରାଯାଇଥିଲା। ଠିକ୍ ସେହିପରି କେନ୍ଦୁଝର ଜିଲ୍ଲା ମୁଖ୍ଯ କୃଷି ଅଧିକାରୀଙ୍କ ଅଫିସରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦୁଝର ସାସଂଦ ଅନନ୍ତ ନାୟକ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ, ଜିଲ୍ଳାପାଳ ବିଶାଲ ସିଂଙ୍କ ସମେତ ବହୁ ସରକାରୀ ଅଫିସର ଓ ଶତାଧିକ ଚାଷୀ ସାମିଲ ହୋଇଥିଲେ।