ବିଏମସି ହସ୍ପିଟାଲକୁ ଅଚାନକ ଗସ୍ତକଲେ ବିଧାୟକ ବାବୁ ସିଂ

•ହସ୍ପିଟାଲରେ ହଠାତ୍ ପହଁଚିଲେ, ସମସ୍ୟା ବୁଝିଲେ ବାବୁ ସିଂ •ସବୁ ସୁବିଧା ଯୋଗାଇଦେବାକୁ ଡାକ୍ତରଙ୍କୁ ତାଗିଦ୍ କଲେ ବିଧାୟକ

ବିଧାୟକଙ୍କ ଆକ୍ସନ୍ ମୋଡ ଦେଖି ଲୋକେ ତାଜୁବ

ଭୁବନେଶ୍ୱର,୧୮/୦୬: ବିଏମସି ହସ୍ପିଟାଲକୁ ଅଚାନକ ଗସ୍ତ କରିଛନ୍ତି ଏକାମ୍ର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ବାବୁ ସିଂ ।ଆଜି ସକାଳୁ ସକାଳୁ ଭୁବନେଶ୍ୱର ବିଏମସି ହସ୍ପିଟାଲ ପରିଦର୍ଶନ କରି ବିଧାୟକ ବାବୁ ସିଂ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହିତ ହସ୍ପିଟାଲ ଭିତରେ ରୋଗୀ ସେବା କିପରି ଚାଲିଛି ଓ ହସ୍ପିଟାଲ ଅବସ୍ଥା କିପରି ରହିଛି, ତାହା ଉପରେ ଟିକନିକ୍ ଅନୁଧ୍ୟାନ କରିଥିଲେ। ପ୍ରଥମେ ବିଧାୟକ ଶ୍ରୀ ସିଂ ହସ୍ପିଟାଲର ବର୍ହିଃ ବିଭାଗ ପ୍ରରିଦର୍ଶନ କରିଥିଲେ। ଏହି ବିଭାଗରେ ରୋଗୀଙ୍କ ବେଡ୍ ପାଖକୁ ଯାଇ ଚିକିତ୍ସା ସମ୍ବନ୍ଧରେ ତଦାରଖ କରିଥିଲେ।ରୋଗୀ ସେବା କ୍ଷେତ୍ରରେ ସରକାର ଯୋଗାଉଥିବା ସମସ୍ତ ଯୋଜନାଗୁଡ଼ିକ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କୁ ଠିକ୍ ଭାବରେ ଯୋଗାଉଛନ୍ତି କି ନାହିଁ ତାହା ଉପରେ ରୋଗୀଙ୍କୁ ଶ୍ରୀ ସିଂ ପଚାରି ବୁଝିଥିଲେ। ରୋଗୀ ଯେପରି କୌଣସି ସେବା ପାଇବାରୁ ବଞ୍ଚିତ ନହେବେ, ସେଥିପାଇଁ ହସ୍ପିଟାଲ କର୍ତ୍ତୃପକ୍ଷମାନେ ସର୍ବୋତ୍ତମ ଗୁରୁତ୍ୱ ଦେବାକୁ ବିଧାୟକ ଶ୍ରୀ ସିଂ ପରାମର୍ଶ ଦେଇଥିଲେ।ସରକାରୀ ହସ୍ପିଟାଲରେ କିଭଳି ରୋଗୀଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି ସେନେଇ ପଚାରି ବୁଝିବା ସହ ଡାକ୍ତରମାନେ କିଭଳି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟାଙ୍କ ସହିତ ବ୍ୟବହାର କରୁଛନ୍ତି ତାକୁ ନେଇ ମଧ୍ୟ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲିବୁଲି ଆଲୋଚନା କରିଥିଲେ ଶ୍ରୀ ସିଂ।ସେହିପରି ବହୁ ଦିନ ଧରି ହସ୍ପିଟାଲକୁ ନିମୟିତ ଭାବରେ ଡାକ୍ତର ଆସୁନାହାନ୍ତି। ଯେଉଁମାନେ ବି ଆସିଛନ୍ତି ଠିକ୍ ସମୟରେ ଆସୁନାହାନ୍ତି। ହସ୍ପିଟାଲରେ ବର୍ତ୍ତମାନ ଅଲଟ୍ରା ସାଉଣ୍ଡ, ଅତି ଜରୁରୀ ରୋଗୀ ନିଦାନ ସେବା ବନ୍ଦ ରହିଛି।ଏହାସହିତ ହସ୍ପିଟାଲ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବନ୍ଦ ହୋଇ ରହିଛି।ଏହିଭଳି ଭାବେ ବିଭିନ୍ନ ସମସ୍ୟା ମଧ୍ୟ ଶ୍ରୀ ସିଂ ଙ୍କ ଆଗରେ ଲୋକମାନେ ବଖାଣିଥିଲେ।
ଏହି ପରିଦର୍ଶନ ସମୟରେ ବିଏମ୍ସି ହସ୍ପିଟାଲର ସମସ୍ତ ଉଚ୍ଚ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବିଧାୟକ ଙ୍କ ଏହି ଗସ୍ତ ପରେ ସେ କହିଛନ୍ତି ଯେ, ପ୍ରତିଦିନ ବିଏମ୍ସି ହସ୍ପିଟାଲକୁ ହଜାରୁ ଉର୍ଦ୍ଧ ରୋଗୀ ଆସୁଛନ୍ତି। ତେବେ ସେମାନଙ୍କ ପାଇଁ ଡାକ୍ତର ଅଭାବ ଓ ରୋଗୀଙ୍କ ପାଇଁ ଔଷଧ ର ଅଭାବ ଏବଂ ହସ୍ପିଟାଲ ର ନୂତନ ଗୃହ ସମସ୍ୟା ରହିଛି। ତେବେ ସବୁ ରୋଗୀଙ୍କୁ ଠିକ୍ ଭାବେ ସେବା କରାଯିବା ସହିତ ସେମାନଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଲି।ଅନ୍ୟପକ୍ଷରେ ସବୁ ଡାକ୍ତରଙ୍କୁ ଠିିକ୍ ସମୟରେ ଆସିବା ପାଇଁ କାର୍ଯ୍ୟରତ ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେଲି। ବିଏମସି ହସ୍ପିଟାଲର ଭିତ୍ତିଭୂମିରେ ଆଉ କ’ଣ ଉନ୍ନତି ହୋଇପାରିବ ଏବଂ କେଉଁ କ୍ଷେତ୍ରରେ ରୋଗୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାର ସମାଧାନ ପାଇଁ ଡାକ୍ତର ଏବଂ ବିଏମସି ହସ୍ପିଟାଲର କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଲୁ।ଡାକ୍ତରଖାନା ଠିକ୍ ଭାବରେ ପରିଚାଳିତ ହେବା ସହ ଲୋକମାନେ ଉନ୍ନତ ଚିକିତ୍ସା ପାଇପାରିବେ ସେ ଦିଗରେ ଆମେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବୁ।

ଏକାମ୍ର ନିର୍ବାଚିତ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ବାବୁ ସିଂ ଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟରେ ଆକ୍ଟିଭ୍ ମୋଡ ଦେଖିବାକୁ ମିଳୁଛି।ଅନ୍ୟପଟେ ଭାରତୀୟ ଜନତା ପାର୍ଟି ରେ ବାବୁ ସିଂ ଙ୍କୁ ପୂର୍ବରୁ ମଧ୍ୟ ପ୍ରତିଦିନ ଲୋକଙ୍କ ନିକଟତର ହୋଇ ସମସ୍ୟା ପଚାରି ବୁଝିବା ସହ ସମାଧାନ କରିବା ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ସେ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଜନତାଙ୍କ ଆଶୀର୍ବାଦରେ ବିଧାୟକ ତେଣୁ ତାଙ୍କ କାର୍ଯ୍ୟ ଆହୁରି ବଢ଼ିଯାଇଛି। ପ୍ରତିଦିନ ଲୋକଙ୍କ ନିକଟକୁ ଯିବାର ଦେଖିବାକୁ ମିଳୁଛି। ଆଉ ବିଧାୟକ ଙ୍କ ଆକ୍ସନ୍ ମୋଡକୁ ଦେଖି ସାଧାରଣରେ ତାଙ୍କୁ ପ୍ରଶଂସା କରୁଛନ୍ତି ଲୋକେ ।